Random Video

ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା

2025-05-31 2,696 Dailymotion

Sital Sasthi 2025 ବୌଦ୍ଧ: ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ତିନି ପୁର ଉତ୍ସବ ମୁଖର ହୋଇଉଠିଛି । ଦେବ ଦେବ ମହାଦେବଙ୍କ ବିବାହ ମାତା ପାର୍ବତୀଙ୍କ ସହିତ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଥିବା ଶୈବପୀଠ ଆଜି ଭକ୍ତ ଶ୍ରଦ୍ଧାଳୁଙ୍କ ଗହଳିରେ ଫାଟି ପଡୁଛି । ତେବେ ଜଣେ ଦିନ ମଜୁରିଆ ଦମ୍ପତି ମାତା ପାର୍ବତୀଙ୍କ ପିତାମାତା ହୋଇ ବେଶ ଚର୍ଚ୍ଚାରେ ରହିଛନ୍ତି ।

ଉତ୍ସବମୁଖର ପୂରପଲ୍ଲୀ:

ଭୋଳାନାଥ ପ୍ରଭୁ ମହାଦେବଙ୍କ ବିବାହ ପାଇଁ ଆଜି ଉତ୍ସବ ମୁଖର ଚତୁର୍ଦ୍ଦିଗ । ଏଥିପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଚଳିତ ବର୍ଷ ଏକ ଶୈବପୀଠରେ ଏହି ଦେବ ଦମ୍ପତିଙ୍କ ବିବାହ ପାଇଁ ଜଣେ ଦିନ ମଜୁରିଆ ଦମ୍ପତି କନ୍ୟା ପିତାମାତା ହୋଇ ବେଶ ଚର୍ଚ୍ଚାରେ ରହିଛନ୍ତି ।

କିଏ ଏହି ଦିନ ମଜୁରିଆ ?

ବୌଦ୍ଧ ଜିଲ୍ଲା ସଦର ମହକୁମା ନିକଟରେ ଥିବା ଟୁଟୁସିଙ୍ଗା ଗାଁ ମୁଣ୍ଡର ଶ୍ୟାମସୁନ୍ଦରପୁର ଠାରେ ସପତ୍ନୀକ ବସବାସ କରନ୍ତି ଜୟଦେବ ସାହୁ । ଜୟଦେବ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ମୂଲ ଲାଗିଲେ ନିଜ ପରିବାରର ମୁହଁରେ ଦାନା ଯୋଗାଡ ହୁଏ । ଜୟଦେବ ନିସନ୍ତାନ ହୋଇଥିବା ବେଳେ ଏଭେରେଷ୍ଟ ପ୍ରତିକୂଳ ଆର୍ଥିକ ପରିସ୍ଥିତିରେ ଶୀତଳଷଷ୍ଠୀ ପାଇଁ ଦୀର୍ଘ ବର୍ଷ ହେଲା ମାତା ପାର୍ବତୀଙ୍କୁ କନ୍ୟା ରୂପରେ ପାଇବାକୁ ଅପେକ୍ଷା କରି ରହିଥିଲେ ।

ଏହା ମଧ୍ୟ ପଢନ୍ତୁ:

ଅର୍ଦ୍ଧନାରୀଶ୍ୱର ଏବଂ କିନ୍ନର, ସମ୍ବଲପୁର ଶୀତଳଷଷ୍ଠୀର ଅନନ୍ୟ ପରମ୍ପରା

ବରଯାତ୍ରୀ ପୂର୍ବରୁ ସମ୍ପନ୍ନ ହେଲା ମହାଦେବଙ୍କ ହଳଦୀ ରଶମ, ନାଚିଲେ ଜୟନାରାୟଣ

ପାବର୍ତୀଙ୍କ ମାତାପିତା ହେଲେ ଦିନ ମଜୁରିଆ:

ଚଳିତ ବର୍ଷ ଟୁଟୁସିଙ୍ଗା ଗ୍ରାମର ଅଧିଷ୍ଠାତା ବାବା ସ୍ବପ୍ନେଶ୍ବର ମହାଦେବଙ୍କ ଶୀତଳଷଷ୍ଠୀ ଉତ୍ସବରେ ପିତାମାତା ଚୟନ ସମୟରେ ମନ୍ଦିର ପରିଚାଳନା କମିଟି ଦିନ ମଜୁରିଆ ଜୟଦେବଙ୍କ ଦମ୍ପତି କନ୍ୟା ପିତାମାତା ହେବାକୁ ଚୟନ କରିଥିଲେ । ଫଳରେ ଜୟଦେବ ଖୁସିରେ ବିଭୋର ହେବା ସହିତ ମାନବୀୟ ରୀତିନୀତିରେ ସମସ୍ତ ପ୍ରସ୍ତୁତି କରିଛନ୍ତି । ବିବାହ ବେଦୀ ସାଜସଜ୍ଜା ଠାରୁ ନେଇ କନ୍ୟା ପାର୍ବତୀଙ୍କ ପାଇଁ ବିଭିନ୍ନ ଘରକରଣା ସାମଗ୍ରୀ, ନୂତନ ବସ୍ତ୍ର, ଆଭୂଷଣ ଓ ଭୋଜିଭାତର ଆୟୋଜନ କରିଛନ୍ତି । ଆଜି ପବିତ୍ର ଶୀତଳଷଷ୍ଠୀ ଅବସରରେ ଦେବ ଦେବ ମହାଦେବଙ୍କୁ ଜ୍ବାଇଁ ରୂପେ ପାଇ ଜୟଦେବ ଓ ତାଙ୍କ ପତ୍ନୀ ଆନନ୍ଦ ବିଭୋର ହୋଇ ପଡିଛନ୍ତି । ଜଣେ ଦିନ ମଜୁରିଆ ହୋଇ ମଧ୍ୟ ମାତା ପାର୍ବତୀଙ୍କୁ କନ୍ୟା ରୂପେ ସମସ୍ତ ରୀତିନୀତି ଜୟଦେବ ପାଳନ କରିଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । 

ଇଟିଭି ଭାରତ, ବୌଦ୍ଧ